ପୁରୁଣା କଟକ ରେ ୯୯ ଜଣଙ୍କୁ ଭୀମ ଭୋଇ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ହରଭଙ୍ଗା ବିଡିଓ ସୁଶ୍ରୀ ସ୍ମିତା ରଥ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାରୀ, ବିରେନ୍ଦ୍ର କଁହର, ଅକ୍ଷୟ ପଣ୍ଡା, ସତ୍ୟବ୍ରତ ସାହୁ, ସୁବ୍ରତ ପ୍ରାଧନ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ହରଭଙ୍ଗା ହରଭଙ୍ଗା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ମହାନ୍ତି ପରିଚାଳନା କରିଥିଲେ । ଏହି ସାମର୍ଥ୍ୟ ଶିବିରରେ ୧୪୨ଜଣ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୯୯ ଜଣଙ୍କୁ ଚିନ୍ହଟ କରି ପ୍ରମାଣ ପତ୍ର ଯୋଗାଇ ଦେଇଥିବା ଜଣାପଡିଛି ।

Post a Comment

Previous Post Next Post