ଚାରି ଦଫା ଦାବି ନେଇ ଗ୍ରାମ ବାସି ଜିଲ୍ଲା ପାଳ ଙ୍କ ଦ୍ୱାରସ୍ଥ ହେବା ପରେ ଚେତା ପଶିଲା ରେଲୱେ ଠିକା ସଂସ୍ଥା ର


କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) ଖୋର୍ଦ୍ଧା -ବଲାଙ୍ଗୀର ରେଲୱେ କାମ ହେଉଥିବା ମନମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣା ପାଣି ନିକଟରେ ଏହି ରେଲୱେ କାମ ହେବା ଫଳରେ ସାଧାରଣ ଜନତାଙ୍କ ବହୁ କ୍ଷୟ କ୍ଷତି ଘଟୁ ଥିବାବୁ ୪ଦଫା ଦାବିନେଇ ସମାଜ ସେବି ଦେବଦତ୍ତ ସାଗର ଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲା ପାଳ ଙ୍କ ଦ୍ୱାରସ୍ଥ ହେବା ପରେ କିଛି ସମାଧାନ ର ବାଟ ଦେଖା ଦେଇଛି। ଗ୍ରାମ ବାସୀଙ୍କ ଅଭିଯୋଗ ଅନୁଯାଇ ଗୁଡଭେଲି ପଦର ପଂଚାୟତ ପୁରୁଣାପାଣି ଗ୍ରାମ ଦେଇ ରେଲୱେ ରାସ୍ତା ଯାଉଥିବା ବେଳେ ମେହେରୁଣୀ ରୁ ଜଳ ଯୋଗାଣ ହେଉଥିବା ପାଇପ ଗୁଡିକ ନଷ୍ଟ ହୋଇ ପାନୀୟ ଜଳ ର ବ୍ୟବସ୍ଥା ବନ୍ଦ ହୋଇଛି, ଗ୍ରାମରେ ୪ଟି ପୋଖରୀ ରୁ ୩ଟି ପୋଖରୀ ରେଲୱେ ରେ ଯାଉଥିବା ବେଳେ ଆଉ ବାକି ଥିବା ଗୋଟିଏ ପୋଖରୀରୁ ମାଟି ନ ନେଇ ଅନାବାଦୀ, ଗୋଚର ଜମିରୁ ମାଟିନେଇ ରେଲୱେ କାମ ଚାଲୁଛି, ରେଲୱେ କାମରେ ଭାରୀଯାନ ଚାଲିବା ଦ୍ୱାରା ଜନସାଧାରଣ ଯିବା ଆସିବା ରାସ୍ତା, ପୋଲ ଗୁଡିକ ନଷ୍ଟ ହେବାରେ ବସୁଥିବାରୁ ଗ୍ରାମ ବାସି ୦୭/୧୨. ରେ ଜିଲ୍ଲା ପାଳ ଙ୍କୁ ଦାବି ପତ୍ର ଦେବାପରେ ଓ ଆଜି ରାସ୍ତା ରୋକ କଲା ପରେ କାର୍ଯ୍ୟ କରିଥିବା ଠିକା ସଂସ୍ଥା ଗ୍ରାମବାସୀ ଙ୍କ ସବୁ ସର୍ତ୍ତ କୁ ମାନି କାମ କରିବାକୁ ରାଜି ହୋଇଛି।

Post a Comment

Previous Post Next Post