ଶିଶୁ କବିତା ସଙ୍କଳନ ଝୁମୁରୁ ଝାଇଁ ଉନ୍ମୋଚିତ

 


ଆଜତକ୍ ଓଡ଼ିଶା : ବଲାଙ୍ଗୀର ଜିଲ୍ଲାର ଚାଟିଁପଲା ଗ୍ରାମର ସୁନାମଧନ୍ୟ ଶିଶୁ ସାହିତ୍ୟିକ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀ ବୃନ୍ଦାବନ କୁମ୍ଭାରଙ୍କ ଶିଶୁ କବିତା ସଂକଳନ ଝୁମୁରୁ ଝାଇଁ ଉନ୍ମୋଚିତ ହୋଇଯାଇଛି ।ରବିବାର ଦିନ ନନ୍ଦନକାନନ ନିକଟସ୍ଥ ତିଳୋତ୍ତମା କଲ୍ୟାଣ ମଣ୍ଡପ ଠାରେ ଭୁବନେଶ୍ୱରର ଅଗ୍ରଣୀ ଶିଶୁ ସାହିତ୍ୟ ସଂସଦ ଏକାମ୍ର ଶିଶୁ ସାହିତ୍ୟ ଅନୁଷ୍ଠାନର ଷୋହଳତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଅନୁଷ୍ଠାନର ସଭାପତି ଡ.ଶରତଚନ୍ଦ୍ର ବିଶ୍ୱ।ଳଙ୍କ ସଭାପତିତ୍ୱରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭ୍ୟା ଲକ୍ଷ୍ମୀପ୍ରିୟା ଓତା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ଶ୍ରୀ କୁମ୍ଭାରଙ୍କ ଶିଶୁ ସଙ୍କଳନ ଝୁମୁରୁ ଝାଇଁ ପୁସ୍ତକରେ ଶିଶୁ ମନଛୁଆଁ ୨୧ଗୋଟି କବିତା ଅଛି।ତାହା ନିଶ୍ଚିତ ପାଠକଙ୍କ ପ୍ରିୟ ଭାଜନ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ନିର୍ଝରିଣୀର ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ଦାଶ ମଧ୍ୟ ଯୋଗଦେଇଥିଲେ।

Post a Comment

Previous Post Next Post